ବାଲେଶ୍ବରରେ ପୁଣି ଅଘଟଣ, ବାହାନଗା ଭଳି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ

SHARE:

Train Mishap: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଶତାବ୍ଦୀ ଏକ୍ସପ୍ରେସ । ଟଳିଲା ବାହାନଗା ଭଳି ବଡ଼ ଟ୍ରେନ୍‌ ଦୁର୍ଘଟଣା । ବାଲେଶ୍ବରରେ ଘଟିଥାନ୍ତା ଆଉ ଏକ ରେଳ ଦୁର୍ଘଟଣା । ବିନା ସିଗ୍‌ନାଲରେ ପଳାଇଲା ଶତାବ୍ଦୀ ଏକ୍ସପ୍ରେସ ।ବଞ୍ଚାଇ ଦେଲା ଷ୍ଟେସନ ମାଷ୍ଟରଙ୍କ ତତ୍ପରତା । ଲୋକୋ ପାଇଲଟ୍‌ଙ୍କ ଭୁଲ୍‌କୁ ସୁଧାରିଲେ ଷ୍ଟେସନ ମାଷ୍ଟର । ଆଗ ଷ୍ଟେସନରେ ଟ୍ରେନ୍‌କୁ ଅଟକାଇଲେ । ବାଲେଶ୍ବର ସୋର ଷ୍ଟେସନରେ ବଡ଼ ଅଘଟଣ ।

ପଢନ୍ତୁ:
ଟିମ୍ ଇଣ୍ଡିଆ ଉପରେ ପୁଳା ପୁଳା ଟଙ୍କା ବର୍ଷା, ଫାଇନାଲରେ ମାଟି କାମୁଡିଲା ପାକିସ୍ତାନ

ବାହାନଗା ରେଳ ଷ୍ଟେସନର ଭୟାନକ ରେଳ ଦୁର୍ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ବାଲେଶ୍ବର ଜିଲ୍ଲାର ସୋର ରେଳ ଷ୍ଟେସନରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଯାତ୍ରୀବାହୀ ଟ୍ରେନ୍ । ବାହାନଗା ଭଳି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ୍ । ସେହି ଟ୍ରେନର ପାଇଲଟ, ସହଯୋଗୀ ପାଇଲଟ ଓ ଗାର୍ଡଙ୍କୁ ମାର୍କୋଣା ରେଳ ଷ୍ଟେସନରେ ଅପସାରଣ କରି ଦିଆଯାଇଥିଵାର ଜଣାପଡ଼ିଛି ।

ପଢନ୍ତୁ:
ଚାମ୍ପିୟନ ପରେ ଟ୍ରଫି ନେଲାନି ଭାରତ, ଦେଢ ଘଣ୍ଟା ପଡିଆରେ ଆଣ୍ଠେଇଲେ ପାକିସ୍ତାନ ମନ୍ତ୍ରୀ

ସୂଚନାରୁ ପ୍ରକାଶ ଦକ୍ଷିଣ ପୂର୍ବ ରେଳ ପଥର ସୋର ରେଳ ଷ୍ଟେସନରେ ହାଓ୍ବଡା-ବାଲେଶ୍ୱର 12073 ଜନ ଶତାଦ୍ଦି ଏକ୍ସପ୍ରେସ ସନ୍ଧ୍ୟା ୫ଟା ୩୬ମିନିଟରେ ପହଁଞ୍ଚି ୫ଟା ୪୬ରେ ସୋର ଷ୍ଟେସନ ପକ୍ଷରୁ ଛାଡିବା ନିମନ୍ତେ ସିଗନାଲ ଦିଆଯାଇଥିଲା । ମାତ୍ର ସେହି ସମୟରେ ହାଓ୍ବଡା ରୁ ପୁରୀ ଅଭିମୁଖେ ଯାଉଥିବା ଶତାଦ୍ଦି ଏକ୍ସପ୍ରେସ ଲାଇନ କ୍ଳିଅର ପାଇ ନ ଥିବାରୁ ମନ୍ଥର ଗତିରେ ଆସିଥିଲା । ମାତ୍ର ସେଥିରେ ଥିବା ଲୋକୋ ପାଇଲଟଙ୍କ ଅସାବଧାନତା ହେତୁ ଟ୍ରେନଟିକୁ ସୋର ଷ୍ଟେସନ ପରିଧି ଭିତରେ ନ ରଖି ଆଗକୁ ଗଡା଼ଇ ଚାଲିଥିଲେ । ଯାହାଫଳରେ ପୂର୍ବ ଟ୍ରେନକୁ ମିଳିଥିବା ସିଗନାଲଟି ରେଡ୍ ଲାଇଟ ସଂକେତ ଦେଇଥିଲା । ଫଳରେ ହାଓ୍ବଡା ଜନ ଶତାଦ୍ଦି ସୋର ଷ୍ଟେସନ ଛିଡ଼ା କରାଇ ଶତାଦ୍ଦି ଏକ୍ସପ୍ରେସକୁ ମାର୍କୋଣା ଷ୍ଟେସନରେ ଛିଡ଼ା କରାଇଥିଲେ ।

ପଢନ୍ତୁ:
୫ ରାଶିରେ ବହୁତ ଶୁଭ, ଖୁସିରେ ଖୁସିରେ କଟିବ ଦିନ, କ୍ଲିକ୍ କରି ପଢନ୍ତୁ

ଲୋକୋ ପାଇଲଟ୍‌ଙ୍କ ଅସାବଧାନତା ହେତୁ ଏକ ବଡ଼ ଦୁର୍ଘଟଣା ଘଟିବା ଆଗରୁ ତାହା ଟଳିଯାଇଛି । ମାର୍କୋଣା ଷ୍ଟେସନରେ ଦକ୍ଷିଣ ପୂର୍ବ ରେଳ ଅଧିକାରୀଙ୍କ ପକ୍ଷରୁ ଲୋକୋ ପାଇଲଟ୍‌, ସହ-ଲୋକୋ ପାଇଲଟ୍ ଓ ଗାର୍ଡ ସମେତ ତିନି ଜଣଙ୍କୁ ଗାଡ଼ିରୁ ଅପସାରଣ କରାଯାଇଥିବା ଜଣାପଡିଛି । ତାଙ୍କ ସ୍ଥାନରେ ଅନ୍ୟ ଲୋକୋ ପାଇଲଟ୍‌ ଓ ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇ ଟ୍ରେନ୍ ନିର୍ଦ୍ଧିଷ୍ଟ ସମୟ ଠାରୁ ଦେଢ ଘଣ୍ଟା ବିଳମ୍ବରେ ମାର୍କୋଣା ରେଳ ଷ୍ଟେସନରୁ ଛାଡିଥିଲା । ଅପରପକ୍ଷେ ଉଚ୍ଚ ପଦାଧିକାରୀ ଘଟଣା ସ୍ଥଳ ତଥା ମାର୍କୋଣା ରେଳ ଷ୍ଟେସନରେ ପହଁଞ୍ଚି ତିନି ଜଣ କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

aarti
Author: aarti

Leave a Comment