ଟସ୍ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଲା ଭାରତ; ଫାଇନାଲ ମ୍ୟାଚ୍‌ରୁ ହାର୍ଦ୍ଦିକ ବାଦ୍‌

SHARE:

Breaking News: ଫିଲ୍‌ଡିଂ କରିବ ଭାରତ। ଆଘାତ ଯୋଗୁଁ ଫାଇନାଲ ମ୍ୟାଚ୍‌ରୁ ହାର୍ଦ୍ଦିକ ବାଦ୍‌। ଟସ୍‌ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଲା ଭାରତ।

ପାକିସ୍ତାନ ବିପକ୍ଷରେ ପ୍ରଥମେ ଫିଲ୍‌ଡିଂ କରିବ ଭାରତ। ଦୁବାଇରେ ଏସିଆ କପ୍‌ ଟି-୨୦ ଫାଇନାଲ ଫିଲ୍‌ଡିଂ କରିବ ଭାରତ।

ସୁପର ସନଡେରେ ବିଗ ଫାଇଟ୍। ଏସିଆ କପ୍‌ ଫାଇନାଲରେ ହାଇଭୋଲଟେଜ୍ ଲଢ଼େଇ। ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ। କିଏ ଜିତିବ ବାଜି ? କାହାକୁ ମିଳିବ ଚାମ୍ପିଅନ୍ ମୁକୁଟ। ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାରି ରହିଛି। ଜବରଦସ୍ତ ଫର୍ମ ସହ ପଡ଼ିଆକୁ ଓହ୍ଲାଇବ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ସୂର୍ଯ୍ୟ ବାହିନୀ।

୪୧ ବର୍ଷରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ ଫାଇନାଲ ଟକ୍କର। ପ୍ରତି ମୁହୂର୍ତ୍ତରେ ରହିବ ରୋମାଞ୍ଚ। କ୍ରିକେଟରଙ୍କ ଠାରୁ ଫ୍ୟାନ୍ସ ସମସ୍ତଙ୍କ ଛାତି ଧକ ଧକ କରିବ । ଦୁବାଇରେ ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ । ନବମ ଥର ଲାଗି ଏସିଆ କପ୍ ଚାମ୍ପିଅନ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।

ଏଥର ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଭାରତ । ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚ୍ ଜିତିସାରିଛି । ଲିଗ୍ ଓ ସୁପର ଫୋରରେ ପାକିସ୍ତାନକୁ ବି ଧୂଳି ଚଟାଇଛି ଟିମ୍ ଇଣ୍ଡିଆ । ୨ଟି ଯାକ ମ୍ୟାଚ୍‌ରେ ପୂରା ଲଜ୍ଜିତ କରି ପରାସ୍ତ କରିଛି ଭାରତ । ଆଉ ଆଜି ମିଳିଛି ଆଉ ଗୋଟିଏ ମୌକା । ଫାଇନାଲରେ ସେମାନଙ୍କୁ ପୁଣି ଥରେ ଧୂଳି ଚଟେଇ ଏସିଆ କପ୍ ହାତେବାକୁ ସବୁ ପ୍ରଚେଷ୍ଟା କରିବେ ଭାରତୀୟ ଖେଳାଳି ।…

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତର ପଲ୍ଲା ଭାରୀ । ଏସିଆ କପ୍‌ ଇତିହାସରେ ଭାରତ ସର୍ବାଧିକ ୮ଥର ଚାମ୍ପିଅନ୍ । ଟୁର୍ଣ୍ଣାମେଣ୍ଟରେ ଭାରତ ସମସ୍ତ ୬ଟି ମ୍ୟାଚ ଜିତିସାରିଛି । ଚଳିତ ଏସିଆ କପ୍‌ରେ ପାକିସ୍ତାନକୁ ୨ଥର ହରାଇଛି ଭାରତ । ଓପନର ଅଭିଷେକ ବର୍ମା ଓ ଶୁବମନ୍ ଗିଲ୍ ଜବରଦସ୍ତ ଫର୍ମରେ ରହିଥିବା ବେଳେ ଟପ୍ ଅର୍ଡର ସମ୍ଭାଳିବେ ସୂର୍ଯ୍ୟକୁମାର, ତିଲକ ବର୍ମା, ସଞ୍ଜୁ ସାମସନ୍ ।

ମିଡିଲ ଅର୍ଡର ଭାର, ଶିବମ ଦୁବେ ଓ ଅକ୍ଷର ପଟେଲ୍ ତୁଲାଇବେ। ଭାରତର ୮ ନମ୍ବର ଯାଏ ବ୍ୟାଟିଂରେ ଦମ୍ ଦେଖାଇବାକୁ ତୟାର। ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ଶକ୍ତିଶାଳୀ ରହିଛି ।

ସ୍ପିନରେ ଘାଇଲା କରୁଛନ୍ତି କୁଳଦୀପ ଯାବଦ, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ୍ । ବିଶେଷ କରି ଅଭିଷେକ ଶର୍ମା ଓ କୁଲଦୀପ ଯାଦବଙ୍କ ଉପରେ ରହିବ ନଜର । ୩ଟି ଅର୍ଦ୍ଧଶତକ ସହ ୩୦୯ ରନ୍ କରିଛନ୍ତି ଅଭିଷେକ । ଫାଇନାଲରେ ବି ଅଭିଷେକଙ୍କ ବ୍ୟାଟରୁ ଭଲ ରନ୍‌ ଆଶା ରଖିଛି ଭାରତ ।

ପରିସଂଖ୍ୟାନ ଅନୁଯାୟୀ ଆଜିର ମ୍ୟାଚରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ଶେଷ ୧୦ ମ୍ୟାଚ୍ ମଧ୍ୟରୁ ଚେଜ୍ କରୁଥିବା ଟିମ୍‌ ୫ ଥର ଜିତିଛି। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୪ ଥର ଜିତିଛି ।

ଗୋଟିଏ ମ୍ୟାଚ ସୁପର ଓଭରରେ ସରିଛି । ତେଣୁ ଉପୟ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ଚାହିଁବେ । ଏହାଛଡ଼ା ଗତ ମ୍ୟାଚରେ ପଡ଼ିଆରେ ପାକିସ୍ତାନ ଖେଳାଳି ହାରିସ୍ ରୌଫ ଓ ସାହିବଜାଦା ଫରହାନଙ୍କ ଉଦ୍ଧତପଣର ବଦଲା ମଧ୍ୟ ନେବ ଟିମ୍ ଇଣ୍ଡିଆ । ଯାହାକୁ ନେଇ ଉତ୍ସାହିତ ଅଛନ୍ତି କ୍ରିକେଟ୍ ଫ୍ୟାନ୍ । ଏବେ କେବଳ ରାତି ୮ଟାକୁ ହିଁ ଅପେକ୍ଷା ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

aarti
Author: aarti

Leave a Comment